< Ezekiel 19 >

1 Du menneskesøn istem en klagesang over Israels fyrster og sig:
“ଆହୁରି, ତୁମ୍ଭେ ଇସ୍ରାଏଲର ଅଧିପତିଗଣ ବିଷୟରେ ବିଳାପ କରି କୁହ,
2 Hvor var dog din Moder en Løvinde midt iblandt Løver! Hun hviled blandt unge Løver opfostred Unger.
ତୁମ୍ଭର ମାତା କଅଣ ଥିଲା? ସେ ତ ସିଂହୀ; ସେ ସିଂହଗଣ ମଧ୍ୟରେ ଶୟନ କଲା, ଯୁବା ସିଂହଗଣ ମଧ୍ୟରେ ଆପଣା ଛୁଆମାନଙ୍କୁ ପ୍ରତିପାଳନ କଲା।
3 En Unge voksede til, en Ungløve blev den; den lærte at røve Rov, Mennesker åd den.
ତାହାର ପ୍ରତିପାଳିତ ଛୁଆମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ଯୁବା ସିଂହ ହେଲା; ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
4 Da opbød man Folkene mod den, i Grav blev den fanget, de slæbte den bort med Kroge til Ægyptens Land.
ନାନା ଦେଶୀୟମାନେ ତାହାର ବିଷୟ ଶୁଣିଲେ, ସେମାନଙ୍କର ଗର୍ତ୍ତରେ ସେ ଧରାପଡ଼ିଲା ଓ ସେମାନେ ଅଙ୍କୁଶ ଦ୍ୱାରା ତାହାକୁ ମିସର ଦେଶକୁ ଆଣିଲେ।
5 Da hun så, at den var ført bort, at Håbet var bristet, tog hun en anden Unge og gjorde til Løve.
ଅପେକ୍ଷା କରି ଆପଣା ଆପଣା ଆଶା ବିଫଳ ହେବାର ଦେଖି ସେ ଆପଣା ଛୁଆମାନଙ୍କ ମଧ୍ୟରୁ ଆଉ ଗୋଟିଏ ନେଇ ତାକୁ ଯୁବା ସିଂହ କଲା।
6 Den gik imellem Løvinder, en Ungløve blev den, den lærte at røve Rov, Mennesker åd den.
ପୁଣି, ସେ ସିଂହମାନଙ୍କ ମଧ୍ୟରେ ଗତାୟାତ କରି ଯୁବା ସିଂହ ହୋଇ ଉଠିଲା; ଆହୁରି ସେ ମୃଗୟା କରିବାକୁ ଶିଖିଲା, ସେ ମନୁଷ୍ୟମାନଙ୍କୁ ଗ୍ରାସ କଲା।
7 Den overfaldt Vædre på Græs, var Hjordenes Rædsel Landet og dets Fylde stivned af Angst for dens Brøl.
ଆଉ, ସେ ସେମାନଙ୍କର ଅଟ୍ଟାଳିକାସବୁ ଜାଣିଲା ଓ ସେମାନଙ୍କର ନଗରସବୁ ଉଜାଡ଼ କଲା; ଆଉ, ତାହାର ଗର୍ଜ୍ଜନର ଶବ୍ଦ ସକାଶୁ ଦେଶ ଓ ତହିଁର ପୂର୍ଣ୍ଣତାସକଳ ଶୂନ୍ୟ ହେଲା।
8 Og Folkene lagde Snarer rundt omkring den, over den bredte de Nettet, i Grav blev den fanget.
ତହିଁରେ ନାନା ପ୍ରଦେଶରୁ ଗୋଷ୍ଠୀୟମାନେ ଆସି ତାହାର ବିରୁଦ୍ଧରେ ଚାରିଆଡ଼େ ଉଠିଲେ; ଆଉ, ସେମାନେ ତାହାର ଉପରେ ଆପଣାମାନଙ୍କର ଜାଲ ପ୍ରସାରିଲେ; ସେ ସେମାନଙ୍କ ଗର୍ତ୍ତରେ ଧରାପଡ଼ିଲା।
9 De trak den med Kroge i Bur og førte den til Babels Konge, hen til Borgen, at dens Røst ej mer skulde høres på Israels Bjerge.
ଆଉ, ସେମାନେ ତାକୁ ଅଙ୍କୁଶ ଦ୍ୱାରା ପିଞ୍ଜରରେ ରଖି ବାବିଲ ରାଜା ନିକଟକୁ ନେଇଗଲେ; ଇସ୍ରାଏଲର ପର୍ବତସମୂହରେ ତାହାର ହୁଙ୍କାର ଶବ୍ଦ ଯେପରି ଆଉ ଶୁଣା ନ ଯାଏ, ଏଥିପାଇଁ ସେମାନେ ତାହାକୁ ଦୃଢ଼ ଗଡ଼ ମଧ୍ୟକୁ ନେଇଗଲେ।
10 Din Moder var en Vinstok i Vingården, plantet ved Vand, frugtbar og rig på Grene ved rigelig Væde.
ତୁମ୍ଭର ରକ୍ତରେ ତୁମ୍ଭର ମାତା ଜଳରାଶି ନିକଟରେ ରୋପିତ ଦ୍ରାକ୍ଷାଲତା ସ୍ୱରୂପ ଥିଲା; ଅନେକ ଜଳ ସକାଶୁ ସେ ଫଳବତୀ ଓ ଶାଖାରେ ପରିପୂର୍ଣ୍ଣ ଥିଲା।
11 En af dens Grene blev til et Herskerspir dens knejsende Vækst skød op imellem Løvet, let at se i sin Højde, med mange Ranker.
ପୁଣି, କର୍ତ୍ତୃତ୍ୱକାରୀମାନଙ୍କର ରାଜଦଣ୍ଡ ହେବା ନିମନ୍ତେ ତାହାର ଶାଖାସବୁ ଦୃଢ଼ ହୋଇଥିଲା, ଗହଳ ଶାଖାମାନର ମଧ୍ୟରେ ସେହି ସବୁ ଦୀର୍ଘତାରେ ଉଚ୍ଚୀକୃତ ହୋଇଥିଲା, ଆଉ ସେହି ସବୁ ସ୍ୱ ଉଚ୍ଚତାରେ ଓ ଶାଖାର ବାହୁଲ୍ୟରେ ଦେଖାଗଲା।
12 Men, i Vrede blev Vinstokken oprykt, slænget til Jorden, Østenstorm tørred dens Frugt, den reves af, dens stolte Gren blev vissen, Ild åd den op.
ମାତ୍ର କୋପରେ ସେ ଉତ୍ପାଟିତ ହେଲା, ଭୂମିରେ ନିକ୍ଷିପ୍ତ ହେଲା ଓ ପୂର୍ବୀୟ ବାୟୁ ତାହାର ଫଳ ଶୁଷ୍କ କଲା; ତାହାର ଦୃଢ଼ ଶାଖାସବୁ ଭଗ୍ନ ଓ ଶୁଷ୍କ ହେଲା; ଅଗ୍ନି ସେହି ସବୁକୁ ଗ୍ରାସ କଲା।
13 Nu er den plantet i Ørkenen, et tørt og tørstigt Land.
ପୁଣି, ଏବେ ସେ ପ୍ରାନ୍ତର ମଧ୍ୟରେ ନିର୍ଜଳ ଓ ଶୁଷ୍କ ଭୂମିରେ ରୋପିତ ହୋଇଅଛି।
14 Ild for ud af dens Gren, fortæred dens Ranker og Frugt: en stolt Gren findes ej på den til Herskerspir. Dette er en Klagesang, og en Klagesang blev det.
ଆଉ, ତାହାର ଶାଖା ଦଣ୍ଡସମୂହରୁ ଅଗ୍ନି ନିର୍ଗତ ହୋଇ ତାହାର ଫଳ ଗ୍ରାସ କରିଅଛି; ଏହେତୁ ରାଜଦଣ୍ଡ ହେବା ପାଇଁ ତାହାର ଗୋଟିଏ ଦୃଢ଼ ଶାଖା ନାହିଁ।” ଏହା ବିଳାପର ବିଷୟ ଅଟେ ଓ ବିଳାପଜନକ ହେବ।

< Ezekiel 19 >