< Philippians 4 >

1 So then, my brethren, beloved and longed for, my joy and crown, —thus, stand fast in the Lord, beloved.
ତେବର୍‌ ପାଇ ଏ ମର୍‌ ବିସ୍‌ବାସି ବାଇବଇନିମନ୍‌, ମୁଇ ତମ୍‌କେ ଆଲାଦ୍‌ କରି ଦେକ୍‌ବାକେ ମନ୍‌ କଲିନି, ତମେ ମକେ ବେସି ସାର୍‌ଦା କରାଇଲାସ୍‌ନି ଆରି ତମେ ଆକା ମର୍‌ ପୁରୁସ୍‌କାର୍‌ । ମର୍‌ ମଇତର୍‌ମନ୍‌, ମୁଇ ତମ୍‌କେ ଜେତ୍‌କି ବିସଇ କଇଆଚି, ସେନ୍ତାରିସେ ମାପ୍‌ରୁର୍‌ଟାନେ ବିସ୍‌ବାସେ ଡାଟ୍‌ ରୁଆ ।
2 Euodia, I exhort, and, Syntche, I exhort, —on the same thing, to be resolved in the Lord: —
ଇୟଦିଆକେ ଆରି ସନ୍ତୁକେ ମୁଇ ବାବୁଜିଆକରି କଇଲିନି, ତମେ ଦୁଇଲକ୍‌ ଜାକ ମାପ୍‌ରୁର୍‌ ଲକ୍‌ ଅଇଆଚାସ୍‌ । ତେବର୍‌ ପାଇ ତମର୍‌ ବିତ୍‌ରେ ଗଟେକ୍‌ ମନ୍‌ ଅଇ ରାଜିଉଆ ।
3 Yea! I request thee also, true yokefellow, be thou helping together with these women, —who, indeed, in the joyful message, have maintained the combat with me, along with Clement also, and the rest of my fellow-workers, whose names, are in the book of life.
ଆରି ବାଇ ଜେ କି ସବୁବେଲେ ମକେ ସାଇଜ କର୍‌ସୁ, ଏ ଦୁଇଟା ମାଇଜିମନ୍‌ ସାନ୍ତି ସଙ୍ଗ୍‍ ରଇବାକେ ତୁଇ ସାଇଜ କର୍‌ । କାଇକେବଇଲେ ସୁବ୍‍କବର୍‌ ଜାନାଇବା କାମେ ସେମନ୍‌ ମର୍‌ସଙ୍ଗ୍‍ ରଇକରି ବେସି ଆବଡ୍‌ ଅଇଲାଇ ଆଚତ୍‌ । ସେନ୍ତାରିସେ କେଲେମେନ୍‌ଟ ଆରି ବିନ୍‌ ଲକ୍‌ମନ୍‌ ମିସା ମର୍‌ ସଙ୍ଗ୍‍ କାମ୍‌ କର୍‌ତେରଇଲାଇ । ପର୍‌ମେସର୍‌ ତାର୍‌ ବଇଟାନେ ସେମନର୍‌ ସବୁ ଲକର୍‌ ନାଉଁ ଲେକ୍‌ଲା ଆଚେ । ସେ ସବୁ ଲକ୍‌ ନ ସାର୍‌ବା ଜିବନ୍‌ ପାଇଲାଇ ଆଚତ୍‌ ।
4 Rejoice in the Lord always: again, I will say—rejoice!
ମାପ୍‌ରୁର୍‌ ସଙ୍ଗ୍‍ ମିସିରଇଲାର୍‌ପାଇ ସବୁବେଲେ ସାର୍‌ଦା ଅଇକରି ରୁଆ । ମୁଇ ଆରିତରେକ୍‌ କଇଲିନି ସାର୍‌ଦା ଅଇକରି ରୁଆ ।
5 Let, your considerateness, be known unto all men. The Lord, is near: —
ଦରମ୍‌ ଅଇକରି ସବୁ ଲକର୍‌ ସଙ୍ଗ୍‍ ଚଲାଚଲ୍‌ତି କରା । ମାପ୍‌ରୁ ଆଇବା ଦିନ୍‌ କେଟି ଆଇଲାନି ବଲି ପାସ୍‌ରାନାଇ ।
6 For nothing, be anxious, but, in everything, by your prayer and supplication with thanksgiving, let, your petitions, be made known unto God;
କାଇ ବିସଇ ନେଇକରି ମିସା ଚିନ୍ତା କରି ଦାନ୍ଦା ଉଆନାଇ । ତାର୍‌ ବାଦୁଲେ ସବୁ ଗଟ୍‍ନା ଅଇଲା ବେଲେ, ତମ୍‌କେ ଜାଇଟା ଲଡା ଆଚେ, ସେ ବିସଇ ପର୍‌ମେସର୍‌କେ ଗୁଆରି କରା । ଆରି ପାର୍‌ତନା କଲାବେଲେ, ତାକେ ଦନିଅବାଦ୍‌ ମିସା ଦିଆସ୍‌ ।
7 And, the peace of God, which riseth above every mind, shall guard your hearts and your thoughts, in Christ Jesus.
ଏନ୍ତାରି କଲେ, ପର୍‌ମେସର୍‌ ତମ୍‌କେ ସାନ୍ତି ଦେଇସି । ଏ ସାନ୍ତି ଲକ୍‌ମନ୍‌ ବୁଜ୍‌ବା ସାନ୍ତିର୍‌ପାରା ନାଇ । କିରିସ୍‌ଟ ଜିସୁର୍‌ ସଙ୍ଗ୍‍ ମିସ୍‌ଲାର୍‌ପାଇ ଜଦି ଏ ସାନ୍ତି ତମେ ପାଇଲେ, ତମର୍‌ ଜିବନେ କସ୍‌ଟ ଆଇଲେ ମିସା ନ ଡରିକରି, ଚିନ୍ତାକରି ଦାନ୍ଦା ନ ଅଇବାକେ ସାଇଜ କର୍‌ସି ।
8 For the rest, brethren, whatsoever things are true, whatsoever things are dignified, whatsoever things are righteous, whatsoever things are chaste, whatsoever things are lovely, whatsoever things are of good report, —if there be any virtue, and if any praise, the same, be taking into account;
ସାରାସାରି ପଚେ ଏ ମର୍‌ ବାଇବଇନିମନ୍‌, ଜେତ୍‌କି ସବୁ ବିସଇ ନିକ ରଇସି, ଜେତ୍‌କି ସବୁ ବିସଇ ସନ୍‌ମାନ୍‌ ପାଇସି, ଜନ୍‌ ସବୁ ବିସଇ ସତ୍‌ ରଇସି, ଜନ୍‌ ସବୁ ବିସଇ ପାପ୍‌ ନଇତେ ରଇସି, ଜନ୍‌ ସବୁ ବିସଇ ଦରମ୍‌ ରଇସି, ଆରି ଡାକ୍‌ପୁଟା ରଇସି, ଏ ସବୁ ବିସଇନେଇ ଚିନ୍ତା କରା ।
9 The things which ye have both learned, and accepted, and heard, and seen in me, the same, practise; —and, the God of peace, shall be with you.
ତମ୍‌କେ ମୁଇ ଜେତ୍‌କି ସବୁ ବିସଇ ସିକାଇରଇଲି, ଆରି ତମେ ମାନିରଇଲାସ୍‌ ସେଟା ସବୁ କର୍‌ତେରୁଆ । ମୁଇ ଜେତ୍‌କି ବିସଇ କଇତେରଇଲି, ସେଟା ସୁନ୍‌ତେରଇଲାସ୍‌ ଆରି ଜେତ୍‌କି ବିସଇ କର୍‌ତେରଇଲି, ସେଟା ଦେକିରଇଲାସ୍‌, ସେଟା ସବୁ କର୍‌ତେରୁଆ । ପର୍‌ମେସର୍‌ ତମର୍‌ସଙ୍ଗ୍‍ ରଇ ତମ୍‌କେ ସାନ୍ତି ଦେଇସି ।
10 Howbeit I have been made to rejoice in the Lord greatly—that, now, at length, ye have flourished in your care for me, —although, indeed, ye were caring, but lacked opportunity.
୧୦ମାପ୍‌ରୁର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ମୁଇ ବେସି ସାର୍‌ଦା ଅଇଲିନି । କାଇକେବଇଲେ, ମକେ ଲଡାକେ ଲାଗ୍‌ବାଟା ପାଟାଇଦେଲାକେ ତମେ ମର୍‌ ବିସଇ ଚିନ୍ତା କଲାସ୍‌ନି ବଲି ମୁଇ ଜାନ୍‌ଲିନି । ତମର୍‌ ଆଲାଦ୍‌ ଦେକାଇବାକେ ଏବେସେ ତମ୍‌କେ ବେଲା ଟିକ୍‍ ଅଇଲା ।
11 Not that, as to coming short, I am speaking, for, I, have learned, in whatsoever circumstances I am, to be, independent:
୧୧ମକେ ଲଡାକେ ଲାଗ୍‌ବା ବିସଇ ମର୍‌ଲଗେ ନ ରଇଲାକେ ବଲି ଏନ୍ତାରି କଇନାଇ । କାଇକେବଇଲେ ମର୍‌ ଜିବନର୍‌ କାଇ ରକାମର୍‍ ଗଟ୍‍ନା ଆଇଲେ ମିସା, ସାର୍‌ଦା ସଙ୍ଗ୍‍ ରଇବାକେ ସିକ୍‌ଲିଆଚି ।
12 I know [what it is] even to be kept low, and I know [what it is] to have more than enough, —in every way, and in all things, have I been let into the secret—both to be well fed, and to be hungering, both to have more than enough, and to be coming short:
୧୨ଅଲପ୍‌କେ ମିସା ସାର୍‌ଦାସଙ୍ଗ୍‍ ରଇବାକେ, କି ବୁତେକ୍‌ ରଇଲେ ମିସା ସାର୍‌ଦା ସଙ୍ଗ୍‍ ରଇବାକେ ସିକ୍‌ଲିଆଚି । ପେଟ୍‌ ପୁର୍‌ତେ କାଇଲେମିସା, କି ବୁକେ ରଇଲେ ମିସା, ଲଡାକେ ଆଇବା ସବୁ ବିସଇ ରଇଲେ ମିସା, ନ ରଇଲେ ମିସା, ସାର୍‌ଦାସଙ୍ଗ୍‍ ରଇବାକେ ମୁଇ ଜାନି ।
13 I have might, for all things, in him that empowereth me.
୧୩ଏ ସବୁ ଗଟ୍‍ନା ଆଇଲେ ମିସା ମୁଇ ମୁର୍‌ଚିକରି ରଇବାକେ ସିକ୍‌ଲିଆଚି । କାଇକେବଇଲେ, କିରିସ୍‌ଟ ମକେ ବପୁ ଦେଲାନି ।
14 Nevertheless, nobly, have ye done, in taking fellowship with me in my tribulation.
୧୪ଏନ୍ତାରି ଅଇଲେ ମିସା ଅବାବ୍‌ ରଇଲା ବେଲାଇ, ତମେ ମକେ ଦୟାଦେକାଇ ମର୍‌ପାଇ ସାଇଜ ପାଟାଇଲାସ୍‌ ।
15 Ye know, moreover, even ye, Philippians, —that, in the beginning of the glad-message, when I went forth from Macedonia, not, so much as one assembly, with me had fellowship—in the matter of giving and receiving—save, ye alone, —
୧୫ପିଲିପିଅତେଇ ରଇବା ବାଇବଇନିମନ୍‌, ତମେ ସତଇସେ ଜାନିଆଚାସ୍‌, ସିଗ୍‌ ପର୍‌ତୁମ୍‌ ସୁବ୍‍କବରର୍‌ ବିସଇ ସିକାଇବା ବେଲେ, ମୁଇ ମାକେଦନିଆଇଅନି ଜେଡେବଲ୍‍ ବାରଇ ଜାଇରଇଲି, । ବିସ୍‌ବାସି ମନର୍‌ ଦଲ୍‌ ବିତ୍‌ରେ, ତମର୍‌ ମଣ୍ଡଲିର୍‌ ବିସ୍‌ବାସିମନ୍‌ସେ ମକେ ଡାବୁ ଦାନ୍‌ କରିରଇଲାସ୍‌ ।
16 That, even in Thessalonica, both once and again, unto my need, ye sent: —
୧୬ତେସଲନିକିଆ ନଅରେ ରଇବାବେଲେ ମିସା ମକେ ଲଡା ରଇଲାବେଲେ, ତମେ ଦୁଇତର୍‌ ଦାନ୍‌ ପାଟାଇଲାସ୍‌ ।
17 Not that I seek after the gift, but I seek after the fruit that is to abound unto your account.
୧୭ତମ୍‌କେ ମୁଇ ଦାନ୍‌ ପାଟାଇତେରଅତ୍‌ ବଲି ଏନ୍ତାରି କଇନାଇ । ମାତର୍‌ ମକେ ସାଇଜ କଲାର୍‌ ପାଇ, ପର୍‌ମେସର୍‌ ତମ୍‌କେ ପୁରୁସ୍‌କାର ଦେଅ ବଲି ମୁଇ ମନ୍‍ କଲିନି ।
18 But I have all things in full, and have more than enough, I am filled, having welcomed from Epaphroditus the things that came from you, —a fragrance of sweet smell, an acceptable sacrifice, well pleasing unto God.
୧୮ତେବେ ତମେ ମର୍‌ପାଇ ପାଟାଇଲାଟା ସବୁଜାକ ମର୍‌ଟାନେ କେଟ୍‌ଲା ଆଚେ । ଆରି ସେଟା ମର୍‌ପାଇ ଅଦିକ୍‌ । ତମେ ପାଟାଇଲା ସବୁ ବିସଇ ଏପାପର୍‌ଦିସ୍‌ ମର୍‌ଲଗେ ଆନ୍‌ଲାକେ, ମକେ ଲଡାକେ ଆଇବା ସବୁ ମୁଇ ମିଲାଇଆଚି । ଏନ୍ତାରି କଲାକେ ତମେ ପର୍‌ମେସର୍‌କେ ସର୍‌ପି ଦେଲା ନିକ ବାସ୍‌ନା ଅଇବା ଦାନ୍‌ ପାରା ଅଇଲା ଆଚେ । ସେ ସେଟା ସଙ୍ଗଇକରି ସାର୍‌ଦା ଅଇଲାଆଚେ ।
19 And, my God, will fill up your every need, according to his riches in glory in Christ Jesus.
୧୯ଜିସୁକିରିସ୍‌ଟ କରି ରଇବା କାମର୍‌ ଲାଗି, ବେସି ରଇବା ତାର୍‌ ଦନ୍‌ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
20 Now, unto our God and Father, be the glory—unto the ages of ages. Amen! (aiōn g165)
୨୦ଆମର୍‌ ସରଗର୍‌ ବାବା ପର୍‌ମେସର୍‌ କାଲ୍‌ କାଲ୍‌ ଜୁଗ୍‌ଜୁଗ୍‌ ଡାକ୍‌ପୁଟା ପାଅ । ଆମେନ୍‌! (aiōn g165)
21 Salute ye every saint in Christ Jesus. The brethren who are with me, salute you.
୨୧କିରିସ୍‌ଟ ଜିସୁକେ ବିସ୍‌ବାସ୍‌ କର୍‌ବା ପର୍‌ମେସରର୍‌ ସବୁ ଲକ୍‌ମନ୍‌କେ ଜୁଆର୍‌ କରା । ମର୍‌ସଙ୍ଗ୍‍ ରଇବା ଆମର୍‌ ବିସ୍‌ବାସି ବାଇବନିମନ୍‌ ତାକର୍‌ ଜୁଆର୍‌ ଜାନାଇଲାଇନି ।
22 All the saints salute you, but especially they who are of Caesar’s household.
୨୨ଏ ନଅରେ ରଇବା ବାକି ସବୁ ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ ଜୁଆର୍‌ ଜାନାଇଲାଇନି । ଜନ୍‌ ବିସ୍‌ବାସିମନ୍‌, ଜନ୍‌ଲକ୍‌ କି ରମିଅ ସାସନ୍‌କାରିଆର୍‌ ଗତିଦାଙ୍ଗ୍‌ଡା ଅଇଲାଇଆଚତ୍‌, ସେମନ୍‌ ତାକର୍‌ ଜୁଆର୍‌ ଜାନାଇଲାଇନି ।
23 The favour of our Lord Jesus Christ, be with your spirit.
୨୩ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା କଲାଟା ତମର୍‌ ବିତ୍‌ରେ ରଅ ।

< Philippians 4 >