< 2 Chronicles 20 >

1 It came to pass after this also, that the children of Moab, and the children of Ammon, and with them others besides the Ammonites, came against Jehoshaphat to battle.
ଏଥିଉତ୍ତାରେ ମୋୟାବ-ସନ୍ତାନଗଣ ଓ ଅମ୍ମୋନ-ସନ୍ତାନଗଣ ଓ ସେମାନଙ୍କ ସଙ୍ଗେ ଅମ୍ମୋନୀୟ କେତେକ ଲୋକ ଯିହୋଶାଫଟ୍‍ଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ।
2 Then there came some that told Jehoshaphat, saying, There cometh a great multitude against thee from beyond the sea on this side of Syria; and, behold, they are in Hazazontamar, which is Engedi.
ଏଥିରେ କେତେକ ଲୋକ ଯିହୋଶାଫଟ୍‍ଙ୍କୁ ସମ୍ବାଦ ଦେଇ କହିଲେ, “ସମୁଦ୍ର ସେପାରିସ୍ଥ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି; ଆଉ ଦେଖନ୍ତୁ, ସେମାନେ ହତ୍‍-ସସୋନ୍‍-ତାମରରେ ଅଛନ୍ତି, (ଏହାକୁ ଐନଗଦୀ କହନ୍ତି)।”
3 And Jehoshaphat feared, and set himself to seek the LORD, and proclaimed a fast throughout all Judah.
ତହିଁରେ ଯିହୋଶାଫଟ୍‍ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ; ପୁଣି ଯିହୁଦାର ସର୍ବତ୍ର ଉପବାସ ଘୋଷଣା କରାଇଲେ।
4 And Judah gathered themselves together, to ask help of the LORD: even from all the cities of Judah they came to seek the LORD.
ଆଉ, ଯିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ଆପଣାମାନଙ୍କୁ ଏକତ୍ର କଲେ; ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଯିହୁଦାର ସମୁଦାୟ ନଗରରୁ ଲୋକମାନେ ଆସିଲେ।
5 And Jehoshaphat stood in the congregation of Judah and Jerusalem, in the house of the LORD, before the new court,
ଆଉ, ଯିହୋଶାଫଟ୍‍ ନୂତନ ପ୍ରାଙ୍ଗଣ ସମ୍ମୁଖସ୍ଥ ସଦାପ୍ରଭୁଙ୍କ ଗୃହରେ ଯିହୁଦାର ଓ ଯିରୂଶାଲମର ସମାଜ ମଧ୍ୟରେ ଠିଆ ହେଲେ;
6 And said, O LORD God of our fathers, art not thou God in heaven? and rulest thou not over all the kingdoms of the heathen? and in thy hand is there not power and might, so that none is able to withstand thee?
ଆଉ ସେ କହିଲେ, “ହେ ସଦାପ୍ରଭୋ, ଆମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର, ତୁମ୍ଭେ କʼଣ ସ୍ୱର୍ଗସ୍ଥ ପରମେଶ୍ୱର ନୁହଁ? ତୁମ୍ଭେ କʼଣ ଗୋଷ୍ଠୀମାନଙ୍କ ସମୁଦାୟ ରାଜ୍ୟର କର୍ତ୍ତା ନୁହଁ? ପୁଣି, ତୁମ୍ଭ ହସ୍ତରେ ଶକ୍ତି ଓ ପରାକ୍ରମ ଅଛି, ଏଣୁ ତୁମ୍ଭର ପ୍ରତିବାଧା କରିବାକୁ କେହି ସମର୍ଥ ନୁହେଁ।
7 Art not thou our God, who didst drive out the inhabitants of this land before thy people Israel, and give it to the seed of Abraham thy friend for ever?
ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କʼଣ ଆପଣା ଲୋକ ଇସ୍ରାଏଲ ସମ୍ମୁଖରେ ଏହି ଦେଶ ନିବାସୀମାନଙ୍କୁ ତଡ଼ିଦେଇ ଅନନ୍ତକାଳ ନିମନ୍ତେ ଆପଣା ମିତ୍ର ଅବ୍ରହାମ-ବଂଶକୁ ତାହା ଦେଇ ନାହଁ?
8 And they dwelt in it, and have built thee a sanctuary in it for thy name, saying,
ଆଉ, ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରିଅଛନ୍ତି,
9 If, when evil cometh upon us, as the sword, judgment, or pestilence, or famine, we stand before this house, and in thy presence, (for thy name is in this house, ) and cry to thee in our affliction, then thou wilt hear and help.
‘ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ, ଖଡ୍ଗ, ଦଣ୍ଡ, କି ମହାମାରୀ, କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି, ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ।’
10 And now, behold, the children of Ammon and Moab and mount Seir, whom thou wouldest not let Israel invade, when they came from the land of Egypt, but they turned from them, and destroyed them not;
ଏବେ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣକୁ ଦେଖ, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ।
11 Behold, I say, how they reward us, to come to cast us out of thy possession, which thou hast given us to inherit.
ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ୍ତ ତୁମ୍ଭ ଅଧିକାରରୁ ତଡ଼ିଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି।
12 O our God, wilt thou not judge them? for we have no might against this great company that cometh against us; neither know we what to do: but our eyes are upon thee.
ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କʼଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ; ଅଥବା କଅଣ କରିବାକୁ ହେବ, ଏହା ଆମ୍ଭେମାନେ ଜାଣୁ ନାହୁଁ; କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି।”
13 And all Judah stood before the LORD, with their little ones, their wives, and their children.
ଏଥିରେ ସମଗ୍ର ଯିହୁଦା ଆପଣାମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ।
14 Then upon Jahaziel the son of Zechariah, the son of Benaiah, the son of Jeiel, the son of Mattaniah, a Levite of the sons of Asaph, came the Spirit of the LORD in the midst of the congregation;
ତେବେ ସମାଜ ମଧ୍ୟରେ ଆସଫ-ବଂଶଜାତ ମତ୍ତନୀୟର ବୃଦ୍ଧ ପ୍ରପୌତ୍ର, ଯିୟୀୟେଲ୍‍ର ପ୍ରପୌତ୍ର, ବନାୟର ପୌତ୍ର, ଜିଖରୀୟର ପୁତ୍ର ଯହସୀୟେଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କର ଆତ୍ମା ଅଧିଷ୍ଠିତ ହେଲେ।
15 And he said, Hearken ye, all Judah, and ye inhabitants of Jerusalem, and thou king Jehoshaphat, Thus saith the LORD to you, Be not afraid nor dismayed by reason of this great multitude; for the battle is not yours, but God’s.
ତହୁଁ ସେ କହିଲେ, “ହେ ସମଗ୍ର ଯିହୁଦା ଓ ଯିରୂଶାଲମ ନିବାସୀଗଣ, ତୁମ୍ଭେମାନେ, ଆଉ ହେ ମହାରାଜ ଯିହୋଶାଫଟ୍‍, ତୁମ୍ଭେ ଶୁଣ; ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି କଥା କହନ୍ତି, ‘ଏହି ମହାଜନତା ସକାଶୁ ତୁମ୍ଭେମାନେ ଭୟ ନ କର, କି ନିରାଶ ନ ହୁଅ; କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର।
16 To morrow go ye down against them: behold, they come up by the cliff of Ziz; and ye shall find them at the end of the brook, before the wilderness of Jeruel.
କାଲି ତୁମ୍ଭେମାନେ ସେମାନଙ୍କ ପ୍ରତିକୂଳରେ ଯାଅ; ଦେଖ, ସେମାନେ ସୀସ୍‍ ଘାଟି ଦେଇ ଆସୁଅଛନ୍ତି; ତୁମ୍ଭେମାନେ ଯିରୁୟେଲ୍‍ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତଭାଗରେ ସେମାନଙ୍କୁ ପାଇବ।
17 Ye shall not need to fight in this battle: set yourselves, stand ye still, and see the salvation of the LORD with you, O Judah and Jerusalem: fear not, nor be dismayed; to morrow go out against them: for the LORD will be with you.
ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମ୍ଭମାନଙ୍କର ଆବଶ୍ୟକ ହେବ ନାହଁ; ହେ ଯିହୁଦା ଓ ଯିରୂଶାଲମ, ଆପଣାମାନଙ୍କୁ ସଜାଅ, ତୁମ୍ଭେମାନେ ସୁସ୍ଥିର ହୁଅ ଓ ତୁମ୍ଭମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ, ତାହା ଦେଖ;’ ଭୟ କର ନାହିଁ, କି ନିରାଶ ହୁଅ ନାହିଁ; କାଲି ସେମାନଙ୍କ ପ୍ରତିକୂଳରେ ଯାଅ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ଅଛନ୍ତି।”
18 And Jehoshaphat bowed his head with his face to the ground: and all Judah and the inhabitants of Jerusalem fell before the LORD, worshipping the LORD.
ତହିଁରେ ଯିହୋଶାଫଟ୍‍ ମସ୍ତକ ନତ କରି ଭୂମିଷ୍ଠ ହେଲେ; ଆଉ ସମସ୍ତ ଯିହୁଦା ଓ ଯିରୂଶାଲମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ।
19 And the Levites, of the children of the Kohathites, and of the children of the Korhites, stood up to praise the LORD God of Israel with a loud voice on high.
ପୁଣି କହାତୀୟ-ସନ୍ତାନଗଣର ଓ କୋରହ-ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚସ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ।
20 And they rose early in the morning, and went forth into the wilderness of Tekoa: and as they went forth, Jehoshaphat stood and said, Hear me, O Judah, and ye inhabitants of Jerusalem; Believe in the LORD your God, so shall ye be established; believe his prophets, so shall ye prosper.
ଏଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠି ତକୋୟ ପ୍ରାନ୍ତର ଆଡ଼କୁ ବାହାରିଗଲେ; ଆଉ, ସେମାନେ ଯିବା ସମୟରେ ଯିହୋଶାଫଟ୍‍ ଠିଆ ହୋଇ କହିଲେ, “ହେ ଯିହୁଦା, ହେ ଯିରୂଶାଲମ ନିବାସୀଗଣ, ମୋʼ କଥା ଶୁଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ ସ୍ଥିରୀକୃତ ହେବ ତାହାଙ୍କ ଭବିଷ୍ୟଦ୍‍ବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମ୍ଭେମାନେ କୃତକାର୍ଯ୍ୟ ହେବ।”
21 And when he had consulted with the people, he appointed singers to the LORD, and that should praise the beauty of holiness, as they went out before the army, and to say, Praise the LORD; for his mercy endureth for ever.
ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି “ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ।”
22 And when they began to sing and to praise, the LORD set ambushes against the children of Ammon, Moab, and mount Seir, who were come against Judah; and they were smitten.
ଆଉ, ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ, ଯିହୁଦାର ପ୍ରତିକୂଳରେ ଆଗତ ଅମ୍ମୋନର ଓ ମୋୟାବର ଓ ସେୟୀର-ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ; ତହିଁରେ ସେମାନେ ପରାସ୍ତ ହେଲେ।
23 For the children of Ammon and Moab stood up against the inhabitants of mount Seir, utterly to slay and destroy them: and when they had made an end of the inhabitants of Seir, every one helped to destroy another.
କାରଣ ଅମ୍ମୋନର ଓ ମୋୟାବର ସନ୍ତାନଗଣ ସେୟୀର ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ; ଆଉ ସେମାନେ ସେୟୀର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତି ଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ।
24 And when Judah came toward the watch tower in the wilderness, they looked to the multitude, and, behold, they were dead bodies fallen to the earth, and none escaped.
ଏଥିଉତ୍ତାରେ ଯିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ-ଦୁର୍ଗରେ ଉପସ୍ଥିତ ହୋଇ ଲୋକଗହଳ ପ୍ରତି ଅନାଇଲେ ଆଉ ଦେଖ, ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି।
25 And when Jehoshaphat and his people came to take away the spoil of them, they found among them in abundance both riches with the dead bodies, and precious jewels, which they stripped off for themselves, more than they could carry away: and they were three days in gathering the spoil, it was so much.
ତହିଁରେ ଯିହୋଶାଫଟ୍‍ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟଦ୍ରବ୍ୟ ନେବା ପାଇଁ ଆସନ୍ତେ, ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ, ତାହାସବୁ ସେମାନେ ଆପଣାମାନଙ୍କ ପାଇଁ କାଢ଼ି ନେଲେ, ତାହା ସେମାନଙ୍କର ବୋହି ନେଇ ପାରିବା ଅପେକ୍ଷା ଅଧିକ ଥିଲା; ସେହି ଲୁଟଦ୍ରବ୍ୟ ଏତେ ଅଧିକ ଥିଲା ଯେ, ତାହା ବହି ନେବା ପାଇଁ ସେମାନଙ୍କୁ ତିନି ଦିନ ଲାଗିଲା।
26 And on the fourth day they assembled themselves in the valley of Berachah; for there they blessed the LORD: therefore the name of the same place hath been called, The valley of Berachah, to this day.
ତହୁଁ ଚତୁର୍ଥ ଦିନ ସେମାନେ ବରାଖା-ଉପତ୍ୟକାରେ ଏକତ୍ରିତ ହେଲେ; କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ; ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା-ଉପତ୍ୟକା ହୋଇଅଛି।
27 Then they returned, every man of Judah and Jerusalem, and Jehoshaphat in the front of them, to go again to Jerusalem with joy; for the LORD had made them to rejoice over their enemies.
ଏଉତ୍ତାରେ ଯିହୁଦା ଓ ଯିରୂଶାଲମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଯିହୋଶାଫଟ୍‍ ଆନନ୍ଦରେ ପୁନର୍ବାର ଯିରୂଶାଲମକୁ ଯିବା ପାଇଁ ଫେରିଲେ; କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ।
28 And they came to Jerusalem with psalteries and harps and trumpets to the house of the LORD.
ଆଉ, ସେମାନେ ନେବଲ ଓ ବୀଣା ଓ ତୂରୀ ବଜାଇ ଯିରୂଶାଲମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ।
29 And the fear of God was on all the kingdoms of those countries, when they had heard that the LORD fought against the enemies of Israel.
ତହିଁରେ ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି, ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା।
30 So the realm of Jehoshaphat was quiet: for his God gave him rest on all sides.
ଏହିରୂପେ ଯିହୋଶାଫଟ୍‍ଙ୍କର ରାଜ୍ୟ ସୁସ୍ଥିର ହେଲା; କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦ୍ଦିଗରେ ବିଶ୍ରାମ ଦେଲେ।
31 And Jehoshaphat reigned over Judah: he was thirty and five years old when he began to reign, and he reigned twenty and five years in Jerusalem. And his mother’s name was Azubah the daughter of Shilhi.
ଯିହୋଶାଫଟ୍‍ ଯିହୁଦା ଉପରେ ରାଜ୍ୟ କଲେ; ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଞ୍ଚତିରିଶ ବର୍ଷ ବୟସ୍କ ହୋଇଥିଲେ ଓ ଯିରୂଶାଲମରେ ପଚିଶ ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ଅସୂବା, ଯେ ଶିଲ୍‍ହିର କନ୍ୟା ଥିଲେ।
32 And he walked in the way of Asa his father, and departed not from it, doing that which was right in the sight of the LORD.
ଯିହୋଶାଫଟ୍‍ ଆପଣା ପିତା ଆସାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ।
33 But the high places were not taken away: for as yet the people had not prepared their hearts to the God of their fathers.
ତଥାପି ଉଚ୍ଚସ୍ଥଳୀସକଳ ଦୂରୀକୃତ ନୋହିଲା; କିଅବା ଲୋକମାନେ ସେତେବେଳେ ହେଁ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ।
34 Now the rest of the acts of Jehoshaphat, first and last, behold, they are written in the book of Jehu the son of Hanani, who is mentioned in the book of the kings of Israel.
ଏହି ଯିହୋଶାଫଟ୍‍ଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା, ଦେଖ, ଇସ୍ରାଏଲ-ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନିର ପୁତ୍ର ଯେହୂର ଇତିହାସ ପୁସ୍ତକରେ ଲେଖାଅଛି।
35 And after this Jehoshaphat king of Judah joined himself with Ahaziah king of Israel, who did very wickedly:
ଏଥିଉତ୍ତାରେ ଯିହୁଦାର ରାଜା ଯିହୋଶାଫଟ୍‍ ଇସ୍ରାଏଲର ରାଜା ଅହସୀୟଙ୍କ ସଙ୍ଗେ ମିଶିଲେ; ଅହସୀୟ ଅତି ଦୁରାଚାରୀ ଥିଲେ;
36 And he joined himself with him to make ships to go to Tarshish: and they made the ships in Eziongeber.
ଯିହୋଶାଫଟ୍‍ ତର୍ଶୀଶକୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ; ଆଉ ସେମାନେ ଇତ୍‍ସିୟୋନ-ଗେବରରେ ଜାହାଜମାନ ନିର୍ମାଣ କଲେ।
37 Then Eliezer the son of Dodavah of Mareshah prophesied against Jehoshaphat, saying, Because thou hast joined thyself with Ahaziah, the LORD hath broken thy works. And the ships were broken, that they were not able to go to Tarshish.
ସେତେବେଳେ ମାରେଶା-ନିବାସୀ ଦୋଦବାହୁର ପୁତ୍ର ଇଲୀୟେଜର ଯିହୋଶାଫଟ୍‍ଙ୍କ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କହିଲା, “ତୁମ୍ଭେ ଅହସୀୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମସବୁ ବିନାଶ କରିଅଛନ୍ତି।” ତହିଁରେ ସେହି ସବୁ ଜାହାଜ ଭାଙ୍ଗିଗଲା ଓ ତର୍ଶୀଶକୁ ଯାଇ ପାରିଲା ନାହିଁ।

< 2 Chronicles 20 >