< Numbers 16 >

1 Now Korah, the son of Izhar, the son of Kohath, the son of Levi, and Dathan and Abiram, the sons of Eliab, and On, the son of Peleth, sons of Reuben, took men:
ଏଥିଉତ୍ତାରେ ଲେବୀର ପ୍ରପୌତ୍ର, କହାତର ପୌତ୍ର, ଯିଷ୍‍ହରର ପୁତ୍ର କୋରହ, ପୁଣି, ରୁବେନ୍‍ର ସନ୍ତାନଗଣ ମଧ୍ୟରୁ ଇଲୀୟାବ୍‍ର ପୁତ୍ର ଦାଥନ, ଅବୀରାମ ଓ ପେଲତ୍‍ର ପୁତ୍ର ଓନ୍‍, ଦଳ ବାନ୍ଧିଲେ;
2 And they rose up before Moses, with certain of the children of Israel, two hundred and fifty princes of the assembly, famous in the congregation, men of renown:
ପୁଣି, ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୂତ ମଣ୍ଡଳୀର ଦୁଇ ଶହ ପଚାଶ ଅଧିପତିଙ୍କ ସହିତ ମୋଶାଙ୍କ ବିରୁଦ୍ଧରେ ଉଠିଲେ।
3 And they gathered themselves together against Moses and against Aaron, and said to them, Ye take too much upon you, seeing all the congregation are holy, every one of them, and the LORD is among them: why then do ye raise yourselves above the congregation of the LORD?
ଆଉ ସେମାନେ ମୋଶା ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି, ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, ତେବେ କାହିଁକି ତୁମ୍ଭେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣାମାନଙ୍କୁ ଉନ୍ନତ କରୁଅଛ?”
4 And when Moses heard it, he fell upon his face:
ତହୁଁ ମୋଶା ତାହା ଶୁଣି ମୁହଁ ମାଡ଼ି ପଡ଼ିଲେ;
5 And he spoke to Korah and to all his company, saying, Even to morrow the LORD will show who are his, and who is holy; and will cause him to come near to him: even him whom he hath chosen will he cause to come near to him.
ପୁଣି, ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, “କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ, ପୁଣି, ସେ ତାହାକୁ ଆପଣା ନିକଟକୁ ଆଣିବେ; ସେ ଯାହାକୁ ମନୋନୀତ କରିବେ, ତାହାକୁ ଆପଣା ନିକଟକୁ ଆଣିବେ।
6 This do; Take for yourselves censers, Korah, and all his company;
ତେବେ ଏହା କର, ତୁମ୍ଭେମାନେ ଅଙ୍ଗାରଧାନୀ ନିଅ, କୋରହ ଓ ତାହାର ଦଳସ୍ଥ ସମସ୍ତେ;
7 And put fire in them, and put incense in them before the LORD to morrow: and it shall be that the man whom the LORD doth choose, he shall be holy: ye take too much upon you, ye sons of Levi.
ପୁଣି, କାଲି ତହିଁରେ ଅଗ୍ନି ଦିଅ, ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ; ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ, ସେ ହିଁ ପବିତ୍ର ହେବ; ହେ ଲେବୀର ପୁତ୍ରମାନେ, ତୁମ୍ଭେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି।”
8 And Moses said to Korah, Hear, I pray you, ye sons of Levi:
ଆଉ ମୋଶା କୋରହକୁ କହିଲେ, “ହେ ଲେବୀର ସନ୍ତାନଗଣ, ତୁମ୍ଭେମାନେ ଟିକିଏ ଶୁଣ।
9 Seemeth it but a small thing to you, that the God of Israel hath separated you from the congregation of Israel, to bring you near to himself to do the service of the tabernacle of the LORD, and to stand before the congregation to minister to them?
ଇସ୍ରାଏଲଙ୍କର ପରମେଶ୍ୱର ଯେ ତୁମ୍ଭମାନଙ୍କୁ ଇସ୍ରାଏଲ-ମଣ୍ଡଳୀରୁ ପୃଥକ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରିଅଛନ୍ତି,
10 And he hath brought thee near to him, and all thy brethren the sons of Levi with thee: and seek ye the priesthood also?
ପୁଣି, ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ?
11 For which cause both thou and all thy company are gathered together against the LORD: and what is Aaron, that ye murmur against him?
ଏଥିପାଇଁ ସିନା ତୁମ୍ଭେ ଓ ତୁମ୍ଭର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ; ଯେହେତୁ ହାରୋଣ କିଏ ଯେ, ତୁମ୍ଭେମାନେ ତାଙ୍କର ବିରୁଦ୍ଧରେ ବଚସା କରୁଅଛ?”
12 And Moses sent to call Dathan and Abiram, the sons of Eliab: who said, We will not come up:
ତହିଁରେ ମୋଶା ଇଲୀୟାବ୍‍ର ପୁତ୍ର ଦାଥନକୁ ଓ ଅବୀରାମଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ମାତ୍ର ସେମାନେ କହିଲେ, “ଆମ୍ଭେମାନେ ଯିବା ନାହିଁ।
13 Is it a small thing that thou hast brought us out of a land that floweth with milk and honey, to kill us in the wilderness, except thou make thyself altogether a prince over us?
ତୁମ୍ଭେ ଆମ୍ଭମାନଙ୍କୁ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶରୁ ବାହାର କରି ଏହି ପ୍ରାନ୍ତରରେ ମାରିବାକୁ ଆଣିଅଛ, ଏହା କି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ।
14 Moreover thou hast not brought us into a land that floweth with milk and honey, or given us inheritance of fields and vineyards: wilt thou put out the eyes of these men? we will not come up.
ତାହା ବ୍ୟତୀତ ତୁମ୍ଭେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ଆମ୍ଭମାନଙ୍କୁ ଆଣି ନାହଁ, କିଅବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇ ନାହିଁ; ତୁମ୍ଭେ କି ଏହି ସମସ୍ତ ଲୋକଙ୍କର ଆଖି ଉପାଡ଼ି ପକାଇବ? ଆମ୍ଭେମାନେ ଯିବା ନାହିଁ।”
15 And Moses was very angry, and said to the LORD, Respect not thou their offering: I have not taken one donkey from them, neither have I hurt one of them.
ତହିଁରେ ମୋଶା ଅତିଶୟ କ୍ରୋଧାନ୍ୱିତ ହୋଇ ଉଠିଲେ, ପୁଣି, ସେ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ; ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇ ନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାକୁ ହିଁ ହିଂସା କରି ନାହୁଁ।”
16 And Moses said to Korah, Be thou and all thy company before the LORD, thou, and they, and Aaron, to morrow:
ତେବେ ମୋଶା କୋରହକୁ କହିଲେ, “କାଲି ତୁମ୍ଭେ ଓ ତୁମ୍ଭର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ, ପୁଣି, ହାରୋଣ, ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ;
17 And take every man his censer, and put incense in them, and bring ye before the LORD every man his censer, two hundred and fifty censers; thou also, and Aaron, each of you his censer.
ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନିଅ ଓ ତହିଁ ଉପରେ ଧୂପ ଥୁଅ, ପୁଣି, ତୁମ୍ଭେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ, ଦୁଇ ଶହ ପଚାଶ ଅଙ୍ଗାରଧାନୀ ଆଣ; ମଧ୍ୟ ତୁମ୍ଭେ ଓ ହାରୋଣ, ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ।”
18 And they took every man his censer, and put fire in them, and laid incense on them, and stood in the door of the tabernacle of the congregation with Moses and Aaron.
ଏଥିରେ ସେମାନେ ପ୍ରତ୍ୟେକେ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ, ପୁଣି, ତହିଁ ଉପରେ ଧୂପ ଥୋଇ ମୋଶା ଓ ହାରୋଣଙ୍କ ସହିତ ସମାଗମ-ତମ୍ବୁ ଦ୍ୱାର ନିକଟରେ ଠିଆ ହେଲେ।
19 And Korah gathered all the congregation against them to the door of the tabernacle of the congregation: and the glory of the LORD appeared to all the congregation.
ପୁଣି, କୋରହ ସମାଗମ-ତମ୍ବୁ ଦ୍ୱାର ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା; ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା।
20 And the LORD spoke to Moses and to Aaron, saying,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
21 Separate yourselves from among this congregation, that I may consume them in a moment.
“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ କର, ତହିଁରେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା।”
22 And they fell upon their faces, and said, O God, the God of the spirits of all flesh, shall one man sin, and wilt thou be angry with all the congregation?
ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, “ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମ୍ଭେ ସମସ୍ତ ମଣ୍ଡଳୀ ଉପରେ କୋପାନ୍ୱିତ ହେବ?”
23 And the LORD spoke to Moses, saying,
ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ,
24 Speak to the congregation, saying, Withdraw yourselves from about the tabernacle of Korah, Dathan, and Abiram.
“ତୁମ୍ଭେ ମଣ୍ଡଳୀକୁ କୁହ, ‘ତୁମ୍ଭେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଯାଅ।’”
25 And Moses rose up and went to Dathan and Abiram; and the elders of Israel followed him.
ତହିଁରେ ମୋଶା ଉଠି ଦାଥନ ଓ ଅବୀରାମ ନିକଟକୁ ଗଲେ ଓ ଇସ୍ରାଏଲର ପ୍ରାଚୀନବର୍ଗ ତାଙ୍କର ପଶ୍ଚାଦ୍‍ଗମନ କଲେ।
26 And he spoke to the congregation, saying, Depart, I pray you, from the tents of these wicked men, and touch nothing of theirs, lest ye be consumed in all their sins.
ତହୁଁ ସେ ମଣ୍ଡଳୀକୁ କହିଲେ, “ବିନୟ କରୁଅଛି, ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କର କିଛିମାତ୍ର ସ୍ପର୍ଶ କର ନାହିଁ, ନୋହିଲେ ତୁମ୍ଭେମାନେ ସେମାନଙ୍କ ପାପସମୂହରେ ବିନଷ୍ଟ ହେବ।”
27 So they withdrew from the tabernacle of Korah, Dathan, and Abiram, on every side: and Dathan and Abiram came out, and stood in the door of their tents, and their wives, and their sons, and their little children.
ଏଥିରେ ସେମାନେ କୋରହର, ଦାଥନର ଓ ଅବୀରାମର ଆବାସ-ଚତୁର୍ଦ୍ଦିଗରୁ ଉଠିଗଲେ ପୁଣି, ଦାଥନ ଓ ଅବୀରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହୋଇ ରହିଲେ।
28 And Moses said, by this ye shall know that the LORD hath sent me to do all these works; for I have not done them of my own mind.
ତହୁଁ ମୋଶା କହିଲେ, “ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି; ମୁଁ ଆପଣା ନିଜ ମନରୁ ତାହାସବୁ କରି ନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ।
29 If these men shall die the common death of all men, or if they be visited after the visitation of all men; then the LORD hath not sent me.
ଯଦି ଏହି ଲୋକମାନେ ସମସ୍ତ ଲୋକଙ୍କ ସାଧାରଣ ମରଣରେ ମରନ୍ତି, କିଅବା ଯଦି ସମସ୍ତ ଲୋକଙ୍କ ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ; ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି।
30 But if the LORD shall make a new thing, and the earth shall open her mouth, and swallow them up, with all that appertain to them, and they go down alive into the pit; then ye shall understand that these men have provoked the LORD. (Sheol h7585)
ମାତ୍ର ସଦାପ୍ରଭୁ ଯଦି କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସି ଯାଆନ୍ତି; ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି, ତାହା ତୁମ୍ଭେମାନେ ବୁଝିବ।” (Sheol h7585)
31 And it came to pass, as he had finished speaking all these words, that the ground opened up that was under them:
ଏଥିଉତ୍ତାରେ ଏପରି ହେଲା ଯେ, ସେ ଏହି କଥା କହିବାର ସମାପ୍ତ କରନ୍ତେ, ସେମାନଙ୍କ ଅଧଃସ୍ଥ ଭୂମି ଫାଟିଗଲା;
32 And the earth opened her mouth, and swallowed them up, and their houses, and all the men that appertained to Korah, and all their goods.
ପୁଣି, ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ, ସେମାନଙ୍କ ପରିଜନଗଣକୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା।
33 They, and all that appertained to them, went down alive into the pit, and the earth closed upon them: and they perished from among the congregation. (Sheol h7585)
ଏହିରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସି ଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା, ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। (Sheol h7585)
34 And all Israel that were around them fled at the cry of them: for they said, Lest the earth swallow us up also.
ପୁଣି, ସେମାନଙ୍କ ରବରେ ସେମାନଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, “କେଜାଣି ପୃଥିବୀ ଆମ୍ଭମାନଙ୍କୁ ଗ୍ରାସ କରିବ।”
35 And there came out a fire from the LORD, and consumed the two hundred and fifty men that offered incense.
ଏଉତ୍ତାରେ ସଦାପ୍ରଭୁଙ୍କଠାରୁ ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି ଦୁଇ ଶହ ପଚାଶ ଲୋକଙ୍କୁ ଗ୍ରାସ କଲା।
36 And the LORD spoke to Moses, saying,
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
37 Speak to Eleazar the son of Aaron the priest, that he take up the censers out of the burning, and scatter thou the fire yonder; for they are hallowed.
“ତୁମ୍ଭେ ହାରୋଣ ଯାଜକର ପୁତ୍ର ଇଲୀୟାସରକୁ କୁହ, ସେ ଦାହ ମଧ୍ୟରୁ ସେହି ସବୁ ଅଙ୍ଗାରଧାନୀ ବାହାର କରିନେଉ, ପୁଣି, ତୁମ୍ଭେ ସେହି ଅଗ୍ନି ସେଠାରେ ବିଞ୍ଚି ଦିଅ; କାରଣ ସେହି ସବୁ ପବିତ୍ର;
38 The censers of these sinners against their own souls, let them make them broad plates for a covering of the altar: for they offered them before the LORD, therefore they are hallowed: and they shall be a sign to the children of Israel.
ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀମାନଙ୍କର ଅଙ୍ଗାରଧାନୀ ହିଁ (ପବିତ୍ର); ଏଣୁ ତାହାସବୁ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ପିଟାପାତ୍ର କରାଯାଉ; ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ତାହାସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହାସବୁ ପବିତ୍ର; ପୁଣି, ତାହାସବୁ ଇସ୍ରାଏଲ-ସନ୍ତାନଗଣ ପ୍ରତି ଚିହ୍ନସ୍ୱରୂପ ହେବ।”
39 And Eleazar the priest took the brasen censers, which they that were burnt had offered; and they were made broad plates for a covering of the altar:
ତହିଁରେ ସେହି ଦଗ୍ଧ ଲୋକମାନେ ଯେଉଁ ଯେଉଁ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲୀୟାସର ଯାଜକ ସେହି ସବୁ ନେଲା;
40 To be a memorial to the children of Israel, that no stranger, who is not of the seed of Aaron, should come near to offer incense before the LORD; that he may not be as Korah, and as his company: as the LORD said to him by the hand of Moses.
ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେରୂପ କହିଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍‍, ହାରୋଣ-ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ; ପୁଣି, କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ; ଏଥିପାଇଁ ଲୋକେ ଯଜ୍ଞବେଦିର ମଣ୍ଡଣି ନିମନ୍ତେ ତାହାସବୁ ପିଟିଲେ।
41 But on the next day all the congregation of the children of Israel murmured against Moses and against Aaron, saying, Ye have killed the people of the LORD.
ତଥାପି ଆରଦିନ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କରି କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ।”
42 And it came to pass, when the congregation was gathered against Moses and against Aaron, that they looked toward the tabernacle of the congregation: and, behold, the cloud covered it, and the glory of the LORD appeared.
ତହୁଁ ସମସ୍ତ ମଣ୍ଡଳୀ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ଏକତ୍ର ହେବା ସମୟରେ ସେମାନେ ସମାଗମ-ତମ୍ବୁ ଆଡ଼େ ଅନାଇଲେ; ଆଉ ଦେଖ, ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି।
43 And Moses and Aaron came before the tabernacle of the congregation.
ସେତେବେଳେ ମୋଶା ଓ ହାରୋଣ ସମାଗମ-ତମ୍ବୁ ସମ୍ମୁଖକୁ ଆସିଲେ।
44 And the LORD spoke to Moses, saying,
ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
45 Remove from among this congregation, that I may consume them as in a moment. And they fell upon their faces.
“ତୁମ୍ଭେମାନେ ଏହି ମଣ୍ଡଳୀ ମଧ୍ୟରୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା; ଏଥିରେ ସେମାନେ ମୁହଁ ମାଡ଼ି ପଡ଼ିଲେ।”
46 And Moses said to Aaron, Take a censer, and put fire in it from off the altar, and put on incense, and go quickly to the congregation, and make an atonement for them: for there is wrath gone out from the LORD; the plague is begun.
ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ, ପୁଣି, ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; କାରଣ ସଦାପ୍ରଭୁଙ୍କଠାରୁ କ୍ରୋଧ ନିର୍ଗତ ହୋଇଅଛି; ମହାମାରୀ ଆରମ୍ଭ ହେଲାଣି।”
47 And Aaron took as Moses commanded, and ran into the midst of the congregation; and, behold, the plague was begun among the people: and he put on incense, and made an atonement for the people.
ତହିଁରେ ହାରୋଣ ମୋଶାଙ୍କର କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ି ଗଲେ; ସେହି ସମୟରେ ଦେଖ, ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା; ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କଲେ।
48 And he stood between the dead and the living; and the plague was stayed.
ପୁଣି, ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ ତହିଁରେ ମହାମାରୀ ନିବୃତ୍ତ ହେଲା।
49 Now they that died in the plague were fourteen thousand and seven hundred, besides them that died about the matter of Korah.
ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ।
50 And Aaron returned to Moses at the door of the tabernacle of the congregation: and the plague was stayed.
ପୁଣି, ମହାମାରୀ ନିବୃତ୍ତ ହୁଅନ୍ତେ, ହାରୋଣ ସମାଗମ-ତମ୍ବୁ ଦ୍ୱାରରେ ମୋଶାଙ୍କ ନିକଟକୁ ଫେରି ଆସିଲେ।

< Numbers 16 >