< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 43 >

1 ଏହି ସମୟରେ ମଧ୍ୟଦେଶରେ ଅତିଶୟ ଦୁର୍ଭିକ୍ଷ ଥିଲା।
Али глад беше врло велика у оној земљи.
2 ଏଥିନିମନ୍ତେ ସେମାନେ ମିସର ଦେଶରୁ ଯେଉଁ ଶସ୍ୟ ଆଣିଥିଲେ, ସେହି ସବୁ ସମାପ୍ତ ହେବାରୁ ସେମାନଙ୍କ ପିତା ସେମାନଙ୍କୁ କହିଲେ, “ତୁମ୍ଭେମାନେ ପୁନର୍ବାର ଯାଇ ଆମ୍ଭମାନଙ୍କ ନିମନ୍ତେ କିଛି ଶସ୍ୟ କିଣି ଆଣ।”
Па кад поједоше жито које беху донели из Мисира, рече им отац: Идите опет, и купите нам мало хране.
3 ତହିଁରେ ଯିହୁଦା ତାଙ୍କୁ କହିଲା, “ସେ ବ୍ୟକ୍ତି ଦୃଢ଼ ପ୍ରତିଜ୍ଞା କରି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’
А Јуда му проговори и рече: Тврдо нам се зарекао онај човек говорећи: Нећете видети лице моје, ако не буде с вама брат ваш.
4 ଏଣୁ ଯଦି ତୁମ୍ଭେ ଆମ୍ଭମାନଙ୍କ ଭାଇକୁ ସଙ୍ଗରେ ପଠାଇବ, ତେବେ ଆମ୍ଭେମାନେ ତୁମ୍ଭ ପାଇଁ ଶସ୍ୟ କିଣିବାକୁ ଯିବୁ।
Ако ћеш пустити с нама брата нашег, ићи ћемо и купићемо ти хране.
5 ମାତ୍ର ଯଦି ନ ପଠାଇବ, ତେବେ ଆମ୍ଭେମାନେ ଯିବୁ ନାହିଁ; କାରଣ ସେ ବ୍ୟକ୍ତି କହିଅଛି, ‘ତୁମ୍ଭମାନଙ୍କ ଭାଇ ତୁମ୍ଭମାନଙ୍କ ସଙ୍ଗରେ ନ ଥିଲେ, ତୁମ୍ଭେମାନେ ଆମ୍ଭର ମୁଖ ଦେଖି ପାରିବ ନାହିଁ।’”
Ако ли нећеш пустити, нећемо ићи, јер нам је рекао онај човек: Нећете видети лице моје, ако не буде с вама брат ваш.
6 ତହିଁରେ ଇସ୍ରାଏଲ କହିଲେ, “ତୁମ୍ଭମାନଙ୍କର ଆଉ ଏକ ଭାଇ ଅଛି, ଏହା ସେହି ମନୁଷ୍ୟକୁ କହି ମୋʼ ପ୍ରତି ଏପରି କୁବ୍ୟବହାର କାହିଁକି କଲ?”
А Израиљ рече: Што ми то зло учинисте и казасте човеку да имате још једног брата?
7 ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ‘ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି?’ ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ‘ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?’”
А они рекоше: Човек је потанко распитивао за нас и за род наш говорећи: Је ли вам јоште жив отац? Имате ли још браће? А ми му одговорисмо како нас питаше. Јесмо ли могли како знати да ће казати: Доведите брата свог?
8 ଯିହୁଦା ଆପଣା ପିତା ଇସ୍ରାଏଲଙ୍କୁ ଆହୁରି କହିଲା, “ତୁମ୍ଭେ ସେହି ଯୁବାକୁ ମୋʼ ସଙ୍ଗରେ ପଠାଇଦିଅ; ଆମ୍ଭେମାନେ ଉଠି ପ୍ରସ୍ଥାନ କରୁ, ତହିଁରେ ଆମ୍ଭେମାନେ ଓ ତୁମ୍ଭେ ଓ ବାଳକମାନେ, ସମସ୍ତେ ବଞ୍ଚିବା, ମରିବା ନାହିଁ।
И рече Јуда Израиљу оцу свом: Пусти дете са мном, па ћемо се подигнути и отићи, да останемо живи и не помремо и ми и ти и наша деца.
9 ମୁଁ ତାହାର ଲଗା ହେଲି, ମୋʼ ହସ୍ତରୁ ତାକୁ ବୁଝି ନେବ; ମୁଁ ଯଦି ତାକୁ ଆଣି ତୁମ୍ଭ ସମ୍ମୁଖରେ ନ ରଖେ, ତେବେ ସେହି ଦୋଷ ସର୍ବଦା ମୋʼ ଉପରେ ବର୍ତ୍ତିବ।
Ја ти се јамчим за њ, из моје га руке ишти; ако ти га не доведем натраг и преда те не ставим, да сам ти крив до века.
10 ଯଦି ଆମ୍ଭମାନଙ୍କର ଏତେ ବିଳମ୍ବ ହୋଇ ନ ଥାʼନ୍ତା, ତେବେ ଆମ୍ଭେମାନେ ଦ୍ୱିତୀୟ ଥର ବାହୁଡ଼ି ଆସନ୍ତୁଣି।”
Да нисмо толико оклевали, до сада бисмо се два пута вратили.
11 ତହୁଁ ସେମାନଙ୍କ ପିତା ଇସ୍ରାଏଲ ସେମାନଙ୍କୁ କହିଲେ, “ଯଦି ଏପରି ହୁଏ, ତେବେ ଗୋଟିଏ କର୍ମ କର; ତୁମ୍ଭେମାନେ ଆପଣା ଆପଣା ପାତ୍ରରେ ଏହି ଦେଶର ଉତ୍ତମ ଦ୍ରବ୍ୟ, ଅର୍ଥାତ୍‍, ଗୁଗ୍ଗୁଳ, ମଧୁ, ସୁଗନ୍ଧି ଦ୍ରବ୍ୟ, ଗନ୍ଧରସ, ପେସ୍ତା ଓ ବାଦାମ କିଛି କିଛି ଘେନି ସେହି ବ୍ୟକ୍ତିଙ୍କୁ ଭେଟି ଦିଅ।
Онда рече Израиљ отац њихов: Кад је тако, учините ово: узмите шта најлепше има у овој земљи у своје вреће, и понесите човеку оном дар: мало тамјана и мало меда, мирисавог корења и смирне, урме и бадема.
12 ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇଯାଅ; କେଜାଣି ତାହା ଭୁଲ୍ ହୋଇଥିବ।
А новаца понесите двојином, и узмите новце што беху озго у врећама вашим и однесите натраг, може бити да је погрешка.
13 ପୁଣି, ଆପଣାମାନଙ୍କ ଭାଇଙ୍କୁ ଘେନି ଉଠି ପୁନର୍ବାର ସେହି ବ୍ୟକ୍ତି ନିକଟକୁ ଯାଅ।
И узмите брата свог, па устаните и идите опет к оном човеку.
14 ସର୍ବଶକ୍ତିମାନ ପରମେଶ୍ୱର ତୁମ୍ଭମାନଙ୍କୁ ସେହି ବ୍ୟକ୍ତି ନିକଟରେ ଏପରି ଅନୁଗ୍ରହପାତ୍ର କରନ୍ତୁ, ଯେପରି ସେ ତୁମ୍ଭମାନଙ୍କ ଅନ୍ୟ ଭାଇଙ୍କୁ ଓ ବିନ୍ୟାମୀନ୍‍କୁ ଛାଡ଼ିଦେବ। ମାତ୍ର ଯଦି ମୋତେ ପୁତ୍ରହୀନ ହେବାକୁ ହୁଏ, ତେବେ ପୁତ୍ରହୀନ ହେବି।”
А Бог Свемогући да вам да да нађете милост у оног човека, да вам пусти брата вашег другог и Венијамина; ако ли останем без деце, нек останем без деце.
15 ତହୁଁ ସେମାନେ ସେହି ଭେଟି ଦ୍ରବ୍ୟ ଓ ଦ୍ୱିଗୁଣ ଟଙ୍କା ଓ ବିନ୍ୟାମୀନ୍‍କୁ ସଙ୍ଗରେ ଘେନି ଯାତ୍ରା କରି ମିସର ଦେଶରେ ଯୋଷେଫଙ୍କ ସମ୍ମୁଖରେ ଠିଆ ହେଲେ।
Тада узевши даре и новаца двојином, узевши и Венијамина, подигоше се и отидоше у Мисир, и изађоше пред Јосифа.
16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”
А Јосиф кад виде с њима Венијамина, рече човеку који управљаше кућом његовом: Одведи ове људе у кућу, па накољи меса и зготови, јер ће у подне са мном јести ови људи.
17 ଏଥିରେ ସେହି ମନୁଷ୍ୟ ଯୋଷେଫଙ୍କର ଆଜ୍ଞାନୁସାରେ କର୍ମ କରି ସେମାନଙ୍କୁ ଯୋଷେଫଙ୍କ ଗୃହକୁ ନେଇଗଲା।
И учини човек како Јосиф рече, и уведе људе у кућу Јосифову.
18 ପୁଣି, ଯୋଷେଫଙ୍କ ଗୃହକୁ ନୀତ ହେବାରୁ ସେମାନେ ଭୀତ ହୋଇ ପରସ୍ପର କହିଲେ, “ପୂର୍ବେ ଆମ୍ଭମାନଙ୍କ ପଟରେ ଯେଉଁ ଟଙ୍କା ଫେରି ଯାଇଥିଲା, ତହିଁ ନିମନ୍ତେ ଆମ୍ଭମାନଙ୍କୁ ଏଠାକୁ ଆଣିଅଛନ୍ତି; ଏବେ ସେ ଆମ୍ଭମାନଙ୍କ ଉପରେ ପଡ଼ି ଆକ୍ରମଣ କରି ଆମ୍ଭମାନଙ୍କ ଗର୍ଦ୍ଦଭ ସବୁ ନେଇ ଆମ୍ଭମାନଙ୍କୁ ଦାସ ପରି ରଖିବ।”
А они се бојаху кад их човек вођаше у кућу Јосифову, и рекоше: За новце који пре беху метнути у вреће наше води нас, докле смисли како ће нас окривити, да нас зароби и узме наше магарце.
19 ତେଣୁ ସେମାନେ ଯୋଷେଫଙ୍କ ଗୃହାଧ୍ୟକ୍ଷ ନିକଟକୁ ଯାଇ ଗୃହର ପ୍ରବେଶ ସ୍ଥାନରେ ତାହା ସହିତ କଥାବାର୍ତ୍ତା କରି କହିଲେ,
Па приступивши к човеку који управљаше кућом Јосифовом, проговорише му на вратима кућним,
20 “ପ୍ରଭୋ, ଆମ୍ଭେମାନେ ପୂର୍ବେ ଶସ୍ୟ କିଣିବାକୁ ଆସିଥିଲୁ;
И рекоше: Чуј, господару; дошли смо били и пре, и куписмо хране;
21 ପୁଣି, ଉତ୍ତରିବା ସ୍ଥାନରେ ଆପଣା ଆପଣା ପଟ ଫିଟାଇ ଦେଖିଲୁ ଯେ, ପ୍ରତି ଜଣର ପଟ-ମୁଖରେ ତାହାର ଟଙ୍କା, ଅର୍ଥାତ୍‍, ପୂର୍ଣ୍ଣ ତୌଲ ଅନୁସାରେ ଆମ୍ଭମାନଙ୍କର ଟଙ୍କା ଅଛି; ତାହା ଆମ୍ଭେମାନେ ହସ୍ତରେ ପୁନର୍ବାର ଆଣିଅଛୁ।
Па кад дођосмо у једну гостионицу и отворисмо вреће, а то новци сваког нас беху озго у врећи његовој, новци наши на меру; и ево смо их донели натраг;
22 ପୁଣି, ଶସ୍ୟ କିଣିବା ନିମନ୍ତେ ଆମ୍ଭେମାନେ ଆଉ ଟଙ୍କା ଆଣିଅଛୁ; ମାତ୍ର ସେହି ଟଙ୍କା ଆମ୍ଭମାନଙ୍କ ପଟରେ କିଏ ରଖିଥିଲା, ଆମ୍ଭେମାନେ ତାହା ଜାଣି ନାହୁଁ।”
А друге смо новце донели да купимо хране; не знамо ко нам метну новце наше у вреће.
23 ତହିଁରେ ସେ ଗୃହାଧ୍ୟକ୍ଷ କହିଲା, “ତୁମ୍ଭମାନଙ୍କର ମଙ୍ଗଳ ହେଉ, ଭୟ କର ନାହିଁ; ତୁମ୍ଭମାନଙ୍କ ପରମେଶ୍ୱର ଓ ତୁମ୍ଭମାନଙ୍କ ପୈତୃକ ପରମେଶ୍ୱର ତୁମ୍ଭମାନଙ୍କ ପଟରେ ତୁମ୍ଭମାନଙ୍କୁ ଗୁପ୍ତ ଧନ ଦେଇଅଛନ୍ତି; ତୁମ୍ଭମାନଙ୍କ ଟଙ୍କା ମୋʼ ପାଖରେ ଥିଲା।” ତହୁଁ ସେ ଶିମୀୟୋନକୁ ବାହାର କରି ସେମାନଙ୍କ ନିକଟକୁ ଆଣିଲା।
А он им рече: Будите мирни, не бојте се; Бог ваш и Бог оца вашег метнуо је благо у вреће ваше; новци су ваши били у мене. И изведе им Симеуна.
24 ଏଥିଉତ୍ତାରେ ସେ ସେମାନଙ୍କୁ ଯୋଷେଫଙ୍କ ଗୃହ ଭିତରକୁ ନେଇ ଜଳ ଦିଅନ୍ତେ, ସେମାନେ ପାଦ ପ୍ରକ୍ଷାଳନ କଲେ; ପୁଣି, ସେ ସେମାନଙ୍କ ଗର୍ଦ୍ଦଭମାନଙ୍କୁ ଆହାର ଦେଲା।
И уведе их човек у кућу Јосифову, и донесе им воде те опраше ноге, и магарцима њиховим положи.
25 ଆଉ ମଧ୍ୟାହ୍ନ ସମୟରେ ଯୋଷେଫ ଆସିବେ ବୋଲି ସେମାନେ ଭେଟି ଦ୍ରବ୍ୟ ସଜାଇଲେ; କାରଣ ସେମାନେ ସେଠାରେ ଭୋଜନ କରିବେ ବୋଲି ଶୁଣିଥିଲେ।
И приправише дар чекајући докле дође Јосиф у подне, јер чуше да ће они онде јести.
26 ଏଥିଉତ୍ତାରେ ଯୋଷେଫ ଗୃହକୁ ଆସନ୍ତେ, ସେମାନେ ହସ୍ତସ୍ଥିତ ଭେଟି ଦ୍ରବ୍ୟ ତାଙ୍କ ନିକଟକୁ ଗୃହ ମଧ୍ୟରେ ଆଣି ତାଙ୍କୁ ଭୂମିଷ୍ଠ ପ୍ରମାଣ କଲେ।
И кад Јосиф дође кући, изнесоше му дар који имаху код себе, и поклонише му се до земље.
27 ତହୁଁ ଯୋଷେଫ ସେମାନଙ୍କର ମଙ୍ଗଳ ବାର୍ତ୍ତା ପଚାରି କହିଲେ, “ତୁମ୍ଭମାନଙ୍କର ପିତା କି କୁଶଳରେ ଅଛନ୍ତି? ତୁମ୍ଭେମାନେ ଯେଉଁ ବୃଦ୍ଧ ଲୋକଙ୍କର କଥା କହୁଥିଲ, ସେ କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି?”
А он их запита како су, и рече: Како је отац ваш стари, за кога ми говористе? Је ли јоште жив?
28 ସେମାନେ କହିଲେ, “ଆପଣଙ୍କ ଦାସ ଆମ୍ଭମାନଙ୍କ ପିତା କୁଶଳରେ ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି।” ତହୁଁ ସେମାନେ ମସ୍ତକ ନତ କରି ପ୍ରଣାମ କଲେ।
А они рекоше: Добро је слуга твој, отац наш; још је жив. И поклонише му се.
29 ସେତେବେଳେ ଯୋଷେଫ ଅନାଇ ଆପଣା ସହୋଦର ବିନ୍ୟାମୀନ୍‍କୁ ଦେଖି କହିଲେ, “ତୁମ୍ଭେମାନେ ଯେଉଁ ସାନ ଭାଇର କଥା କହିଥିଲ, ସେ କି ଏହି?” ଆଉ ସେ କହିଲେ, “ହେ ଆମ୍ଭର ପୁତ୍ର, ପରମେଶ୍ୱର ତୁମ୍ଭଙ୍କୁ ଅନୁଗ୍ରହ କରନ୍ତୁ।”
А он погледавши виде Венијамина брата свог, сина матере своје, и рече: Је ли вам то најмлађи брат ваш за ког ми говористе? И рече: Бог да ти буде милостив, синко!
30 ତହୁଁ ଭାଇ ପ୍ରତି ଯୋଷେଫଙ୍କର ଅନ୍ତଃକରଣ ସ୍ନେହରେ ଉତ୍ତପ୍ତ ହେବାରୁ ସେ ଶୀଘ୍ର ରୋଦନ କରିବାକୁ ସ୍ଥାନ ଖୋଜିଲେ; ପୁଣି, ସେ ଆପଣା କୋଠରିରେ ପ୍ରବେଶ କରି ସେଠାରେ ରୋଦନ କଲେ।
А Јосифу гораше срце од љубави према брату свом, те брже потражи где ће плакати, и ушавши у једну собу плака онде.
31 ଏଥିଉତ୍ତାରେ ସେ ମୁଖ ପ୍ରକ୍ଷାଳନ କରି ବାହାରକୁ ଆସିଲେ, ପୁଣି, ଆପଣାକୁ ସମ୍ଭାଳି “ଭକ୍ଷ୍ୟଦ୍ରବ୍ୟ ପରିବେଷଣ କରିବା ନିମନ୍ତେ” ଆଜ୍ଞା ଦେଲେ।
После умив се изађе, и устежући се рече: Дајте јело.
32 ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସରୀୟମାନଙ୍କର ଘୃଣିତ କର୍ମ।
И донесоше њему најпосле и Мисирцима који обедоваху у њега, јер не могаху Мисирци јести с Јеврејима, јер је то нечисто Мисирцима.
33 ଏଥିଉତ୍ତାରେ ଯୋଷେଫଙ୍କ ସମ୍ମୁଖରେ ସେମାନଙ୍କର ଜ୍ୟେଷ୍ଠ ଜ୍ୟେଷ୍ଠ ସ୍ଥାନରେ ଓ କନିଷ୍ଠ କନିଷ୍ଠ ସ୍ଥାନରେ ବସିଲେ; ତହିଁରେ ସେମାନେ ପରସ୍ପର ଆଶ୍ଚର୍ଯ୍ୟ ବୋଧ କଲେ।
А сеђаху пред њим старији по старештву свом а млађи по младости својој. И згледаху се од чуда.
34 ପୁଣି, ସେ ଆପଣା ସମ୍ମୁଖରୁ ଭକ୍ଷ୍ୟଦ୍ରବ୍ୟ ଉଠାଇ ସେମାନଙ୍କୁ ପରିବେଷଣ କରାଇଲେ; ମାତ୍ର ସମସ୍ତଙ୍କ ଭାଗରୁ ବିନ୍ୟାମୀନ୍‍ର ଭାଗ ପାଞ୍ଚଗୁଣ ଅଧିକ ଥିଲା। ଏଥିରେ ସେମାନେ ପାନ କରି ତାଙ୍କ ସହିତ ଆନନ୍ଦ କଲେ।
И узимајући јела испред себе слаше њима, и Венијамину допаде пет пута више него другима. И пише и напише се с њим.

< ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 43 >